ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ

ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରୁପା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଟିମ ନବୀନଙ୍କ ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ ସୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ କୁଟ୍ଟେଙ୍କ ଖାସ ଆଇପିଏସ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି ଅଛନ୍ତି । ରୂପାଙ୍କ ବଦଳି ସହ ପୂର୍ବର ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଥିବା ସମସ୍ତ ଅଫିସରଙ୍କୁ ସିଏମଓରୁ ହଟାଇ ଦିଆଯାଇଛି ।ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୬ ବ୍ୟାଚ୍ ଆଇଏଏସ୍ ରୂପାରୋଶନ ସାହୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଦିଆଯାଇ କେବଳ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ଟିମ୍ ନବୀନ’ର ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ୍ ସ୍ୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ୍ କୁଟ୍ଟେଙ୍କ ଖାସ୍ ଆଇପିଏସ୍ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି ଅଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!