ଭୁବନେଶ୍ୱର,୧୯।୭: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଏଜି ଭାବେ ନିଯୁକ୍ତି ଦେଇଛନ୍ତି। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର।ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରିଛନ୍ତି।ଶ୍ରୀ ଆଚାର୍ଯ୍ୟ ଛାତ୍ର ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଥିଲେ। ଛାତ୍ର ଜୀବନରେ ସେ ବିଜେବି କଲେଜ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୮୭ ମସିହାରେ ବିଶ୍ୱ ବିଦ୍ୟାଳୟ ଆଇନ ମହାବିଦ୍ୟାଳୟର ମଧ୍ୟ ସେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ସେ ହିଞ୍ଜିଳିରୁ ନବୀନଙ୍କ ବିରୋଧରେ ନିର୍ବାଚନ ଲଢ଼ି ଚର୍ଚ୍ଚାର ପରିସରକୁ ଆସିଥଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |