ରାସ୍ତା ଖରାପ ଯୋଗୁଁ ମକାବାଡି ଦେଇ ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରୀ ଛାତ୍ରୀ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୯।୭:ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକୋଟ ପଞ୍ଚାୟତ ମୁଦିଗୁଡା ରାସ୍ତା ଖରାପ ଯୋଗୁଁ ମକାବାଡି ଦେଇ ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରୀ ଛାତ୍ରୀ। ଏଭଳି କି ପଂଚାୟତ କାର୍ଯ୍ୟାଳୟକୁ ମଧ୍ୟ ଚାଉଳ ଆଣିବାକୁ ହେଉ କିମ୍ବା ବାର୍ଦ୍ଧକ୍ୟ ଭାତ ସବୁ କାମପାଇଁ ଏଭଳି ଦୟନିଧି ଅବସ୍ଥାରେ ଯାତାୟାତ କରୁଛନ୍ତୁ ଗ୍ରାମବାସୀ। ଏହି ଘଟଣା ବିଷୟରେ ବାରମ୍ବାର ବ୍ଲକରେ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଏହି କାଦୁଅ ରାସ୍ତା ଦେଇ ଗାଡି ଚଳାଇବା ତ ଦୂରର କଥା ଚାଲିଯିବି କଷ୍ଟ। ବାଧ୍ୟ ହୋଇ ପାଖରେ ଥିବା ମକବାଡି ଭିତରୁ ଯାତାୟାତ କରୁଛନ୍ତି ସ୍କୁଲ ଛାତ୍ର ଛାତ୍ରୀ ହୁଅନ୍ତୁକି କି ବୟୋଜ୍ୟେଷ୍ଟ ସମସ୍ତେ।ବର୍ଷା ଦିନ ହୋଇ ଥିବାରୁ ମକାବାଡି ଦେଇ ଯିବା ସମୟରେ ବିଷାକ୍ତ ସାପ କାମୁଡ଼ିବାର ଆଶଙ୍କା ମଧ୍ୟ ରହୁଛି ତେଣୁ ଏଥିପ୍ରତି ଯଥାଶୀଘ୍ର ଧ୍ୟାନ ଦେଇ ରାସ୍ତା ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଭଲ ହଇ ଥାନ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!