ପୁରୀ,୨୦।୭: ନିଳାଦ୍ରୀ ବିଜେ ପରେ ଘୋଷଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କର ଲୀଳାଖେଳା ଆରମ୍ଭ ହୋଇଯାଇଛି । ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି । ଗୋପାଳବଲ୍ଲଭ ଭୋଗ ପରେ ନୀଳାଚଳ ଅବଢା ବାହାରିବ । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ । ଶୁକ୍ରବାର ରାତିରେ ଗୋଟି ପହଣ୍ଡିରେ ରଥରୁ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଦାମୂରତି । ପ୍ରଥମେ ସୁଦର୍ଶନ ପରେ ବଡ଼ ଠାକୁର ବଳଭଦ୍ର ଓ ତାପରେ ଭଉଣୀ ସୁଭଦ୍ରା ରତ୍ନବେଦୀକୁ ବିଜେ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଭକ୍ତଙ୍କ ଗହଣରେ ହଲିଝୁଲି ଶ୍ରମନ୍ଦୀର ଅଭିମୁଖେ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ମା’ ଲକ୍ଷ୍ମୀ ସିଂହଦ୍ୱାର ବନ୍ଦ କରିଥିଲେ ।ଲୁହ ଝରି ଆସିଥିବାବେଳେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଦେଖି ନିଜକୁ ଧନ୍ୟମନେ କରିଥିଲେ। ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବଜେ ବେଳେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ। ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ସାଙ୍ଗରେ ନେଇ ଆସିଥିବା ସ୍ଵାଦିଷ୍ଟ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ। ଏହାପରେ ବଡ ଠାକୁର ଶ୍ରୀମନ୍ଦିରକୁ ବିଜେ କରିଥିଲେ। ସେପଟେ ଆଜି(ଶନିବାର) ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ (ମହାପ୍ରସାଦ) ଅର୍ପଣ କରାଯିବ। ଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେ। ନୀଳାଦ୍ରି ବିଜେପରେ ରତ୍ନସିଂହାସନରେ ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ। ଅନେକ ବଚନିକା ପରେ ମା’ଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ମହାପ୍ରଭୁ ଜଗନ୍ନାଥ । ନିଳାଦ୍ରୀ ବିଜେରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଗଣ । ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |