ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୪୦ରୁ ଅଧିକ ଆହତ

ବୌଦ୍ଧ ,୨୦।୭:୨୦ ଫୁଟ ତଳକୁ ଓଲଟିଲା ବସ । ୪୦ ଆହତ ୨୦ ଗୁରୁତର  । ୩ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମହାଦେବ ନାମକ ଏକ ଘରୋଇ ବସ  ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ଥାନା ୫୭ନମ୍ବର ଜାତୀୟ ରାଜପଥ ସ୍ଥିତ ସରସର ନିକଟ ଏକ ସେତୁର ୨୦ ଫୁଟ ତଳକୁ ବସଟି ଭାରସାମ୍ୟ ହରାଇ ଖସିପଡ଼ିଥିଲା। ଖବର ପାଇ ଅଗ୍ନିଶମ ବହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି । ସମସ୍ତ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ତେବେ ୪୦ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଓ ୩ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ତେବେ ବସ ଚାଳକ ଓ ହେଲପର ମଦ୍ୟପାନ କରିଥିବା କିଛି ଯାତ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।ମହାଦେବ ନାମକ ଘରୋଇ ବସ୍‌ ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଥିଲେ।ତେବେ ବିଳମ୍ୱିତ ରାତିରେ ବାମଣ୍ଡା ନିକଟରେ ସୁନାଖାଇ ପୋଲ ତଳକୁ ଖସିପଡିଥିଲା। ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୋଲିସ୍‌ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରାୟ ୨ରୁ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି।କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରଯାଇଛି।ତେବେ ବସ୍‌ରେ ଥିବା ଯାତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ି ଚଳାଉଥିବା ବେଳେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ। ଫଳରେ ସେ ନିୟନ୍ତ୍ରଣ ହରାଇ ବସିବାରୁ ଗାଡ଼ିଟି ପୋଲ ତଳକୁ ଖସି ପଡ଼ିଥିଲା। ବସ୍‌ ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ବୌଦ୍ଧ ପୋଲିସ ତଦନ୍ତ ଜାରି ରଖିଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!