ଭୁବନେଶ୍ୱର,୨୦।୭: ବିଜୁ ଜନତା ଦଳର ପାର୍ଟି ଅଫିସ ଶଙ୍ଖ ଭବନକୁ ନେଇ ବିବାଦ । ବିଜେଡିର କାର୍ୟ୍ୟାଳୟ ଶଙ୍ଖ ଭବନକୁ ନେଇ ତଦନ୍ତ ହେବ । ଶଙ୍ଖ ଭବନ ଯେଉଁ ସ୍ଥାନରେ ତିଆରି ହୋଇଛି ତାହା ବେଆଇନ ବୋଲି କୁହାଯାଉଛି । ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ପାର୍ଟି ଅଫିସ। କିସମ ‘ସଡ଼କ’କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଶାଳ ଶଙ୍ଖ ଭବନ। ୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ବିଶାଳକାୟ ଶଙ୍ଖ ଭବନ। ଏହାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେତେସବୁ ଅନିୟମିତତା ହୋଇଛି, ସେସବୁ ସାମ୍ନାକୁ ଆସିବ ଏବଂ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏହି ପ୍ଲଟକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି । ତାହା ପୁଣି ସରକାରଙ୍କ ଅନୁମୋଦନ କ୍ରମେ ହୋଇଛି। ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ଏଭଳି ଦୁର୍ନୀତିର ପରଦା ଫାସ କରିବା ରାଜ୍ୟ ସରକାର କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |