ଭାଙ୍ଗିଲା ଓଡ଼ିଶା ପିସିସି

ଭୁବନେଶ୍ବର,୨୧।୭: ଓଡିଶା ପ୍ରଦେଶ କମିଟିକୁ ଭଙ୍ଗ ଏଆଇସିସି ଭଙ୍ଗ କରିଛି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ ହୋଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)କୁ ଭାଙ୍ଗି ଦିଆଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ପିସିସି ସହିତ ଏହାର ସମସ୍ତ କାର୍ଯ୍ୟକାରୀ କମିଟି ଅର୍ଥାତ ଜିଲା, ବ୍ଲକ ଏବଂ ମଣ୍ଡଳସ୍ତରୀୟ କମିଟିଗୁଡ଼ିକୁ ଭଙ୍ଗା ଯାଇଛି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଏହା ସହିତ ପିସିସି ସଭାପତିଙ୍କୁ ପଦରୁ ହଟାଇ ଦିଆଯାଇଛି। ସେହିପରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ଚୟନ କରାଯାଇଛି। ସେ ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କ ନେତୃତ୍ଵ ନେବେ। ଏହା ବ୍ୟତୀତ ଅଶୋକ ଦାସଙ୍କୁ ବିଧାୟକ ଦଳ ଉପନେତା ଏବଂ ସି.ଏସ. ରାଜନ ଏକ୍କାଙ୍କୁ କଂଗ୍ରେସ ମୁଖ୍ୟ ସଚେତକ ଭାବେ ନିର୍ବାଚିତ କରାଯାଇଛି। ଏ ନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖ ଯେ, ବିଧାୟକ ଦଳ ନେତା ସକାଶେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରାମଚନ୍ଦ୍ର କାଡାମଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏଆଇସିସି ରାମଚନ୍ଦ୍ରଙ୍କୁ ଚୟନ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!