ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର,୨୫ା୭: ଆଜି ଆସିବ ରାଜ୍ୟ ବଜେଟ୍|୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ। ଗତ ଫେବୃଆରୀରେ ବିଜେଡି ସରକାର କାମଚଳା ବଜେଟ ଆଣିଥିଲେ। ତତ୍କାଳୀନ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ସାଧାରଣ ନିର୍ବାଚନ ଥିବାରୁ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଅଣାଯାଇଥିଲା। ରାଜ୍ୟରେ ଶାସନ ପରିବର୍ତ୍ତନ ହୋଇଛି। ପ୍ରଥମ ଥର ଲାଗି ଭାଜପା ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଏହି ବଜେଟ ଉପସ୍ଥାପନ କରିବେ। ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି। ଏଥିସହିତ ବଜେଟ ସାଧାରଣ ଲୋକଙ୍କଠାରୁ ପ୍ରାୟ ୧୨ ହଜାରରୁ ଅଧିକ ମତାମତ ସଂଗ୍ରହ କରାଯାଇଛି। ଶିଳ୍ପ, ଆର୍‌ବିଆଇ, ଏନ୍‌ଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଫେବୃଆରୀରେ ହୋଇଥିବା ବଜେଟ ଆକଳନଠାରୁ ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୧୫ ପ୍ରତିଶତ ଅର୍ଥାତ ୨ ଲକ୍ଷ ୮୫ ହଜାର କୋଟି ହେବ ବୋଲି ଅନୁମାନ କରାଯାଉଛି। ନିକଟରେ ମନ୍ତ୍ରିପରିଷଦ ବୈଠକରେ ଏହି ବଜେଟକୁ ଅନୁମୋଦନ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!