ନୂଆଦିଲ୍ଲୀ,୨୬।୭ :ଆଜି ୨୫ତମ କାର୍ଗିଲ ବିଜୟ ଦିବସ| ପ୍ରତିବର୍ଷ ୨୬ ଜୁଲାଇରେ ଭାରତରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। କାର୍ଗିଲ ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀରମାନଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ। କାର୍ଗିଲଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୯୯୯ ଜୁଲାଇ ୨୬ରେ ଭାରତର ବିଜୟ ପ୍ରାପ୍ତ ହୋଇଥିଲା। ଏ ନେଇ ଦେଶ ଶୁକ୍ରବାର ୨୫ତମ କାର୍ଗିଲ ବିଜୟ ଦିବସ ପାଳନ କରିବ। ଏହି ଦିବସରେ ପାକିସ୍ତାନର ଅନୁପ୍ରବେଶକାରୀଙ୍କୁ କାର୍ଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟ ନିଜର ବଳିଦାନ ଦେଇ ସୀମା ସେପଟକୁ ବିଦା କରି ଦେଇଥିଲେ। ଯୁଦ୍ଧରେ ମୋଟ ୫୨୭ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ୧୩୬୩ ଜଣ ଆହତ ହୋଇଥିଲେ। ଏଥିରେ ଓଡ଼ିଶାର ୫ ଜଣ ପ୍ରାଣବଳି ଦେଇଥିଲେ।୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ, ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଉତ୍ସବ ବା ରୌପ୍ୟ ଜୟନ୍ତୀ ।ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଭାରତ- ପାକିସ୍ତାନ ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଏଥିସହ ସେଠାରୁ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ମାରିଛି ପାକିସ୍ତାନ । ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |