ନୂଆଦିଲ୍ଲୀ,୨୬।୭: ଦେବଭୂମି ଉତ୍ତରାଖଣ୍ଡରେ ଦୟନୀୟ ସ୍ଥିତି । ପ୍ରବଳ ବର୍ଷା ପରେ ଭାସିଗଲା ମଦମହେଶ୍ୱର ମନ୍ଦିର ନିକଟରେ ଥିବା ପୋଲ । ଫସିଛନ୍ତି ୫୦ ଜଣ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକ । ଅସ୍ଥାୟୀ କାଠ ପୋଲ ଭାସିଯିବାରୁ ଆସି ପାରୁନାହାନ୍ତି ଲୋକେ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେବାରୁ ତୀର୍ଥଯାତ୍ରା ସ୍ଥଗିତ ରଖାଯାଇଛି ।ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଉତ୍ତରାଖଣ୍ଡର ମଦମହେଶ୍ୱର ମନ୍ଦିର ନିକଟରେ ଥିବା ପୋଲ ଭାସିଯିବାରୁ ସେଠାରେ ଫସିଛନ୍ତି ୫୦ ଜଣ ତୀର୍ଥଯାତ୍ରୀ । ହେଲିକେପ୍ଟର ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି ।ଲଗାଣ ବର୍ଷା ପରେ ମାର୍କଣ୍ଡ ନଦୀ ଉପରେ ନିର୍ମିତ ଏକ କାଠ ପୋଲ ଧୋଇ ହୋଇଯାଇଛି, ଯାହା ଫଳରେ ମନ୍ଦିରକୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି । ମଦମହେଶ୍ୱର ମନ୍ଦିର ଉତ୍ତରାଖଣ୍ଡର ପଞ୍ଚ କେଦାର ଗୋଷ୍ଠୀର ଏକ ଅଂଶ । କାଠ ପୋଲ ଭାସିଯିବା ଫଳରେ ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |