୧୦ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୮।୭:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ସହିତ ସେ ଅନ୍ୟ ୧୦ ରାଜ୍ୟରେ ରାଜ୍ୟପାଳଙ୍କ ନୂତନ ନିଯୁକ୍ତି ମଧ୍ୟ ଘୋଷଣା କରିଛନ୍ତି। ୧୦ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆ। ସେହିପରି ରାଜସ୍ଥାନର ନୂଆ ରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍‌ଦେ। ପଞ୍ଜାବର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆ। ହରିଭାଓ କିଷାନରାଓ ବାଗଦେ ରାଜସ୍ଥାନର ରାଜ୍ୟପାଳ, ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ, ସନ୍ତୋଷ କୁମାର ଗାଙ୍ଗୱାର ହେଲେ ଝାଡ଼ଖଣ୍ଡର ରାଜ୍ୟପାଳ ଓ ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ ରାମେନ ଡିକା ଛତିଶଗଡ଼ ରାଜ୍ୟପାଳ ହୋଛନ୍ତି। ଅନ୍ୟପଟେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!