ଟ୍ରେନ୍ ଦୁର୍ଘଟଣା; ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ

ରାଞ୍ଚି,୩୦।୭: ଝାଡ଼ଖଣ୍ଡ ଚକ୍ରଧରପୁର ନିକଟରେ ହାଓଡ଼ା- CSMT  ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍। ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୩୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍ ଟ୍ରେନର ୧୮ଟି କୋଚ୍ ଲାଇନଚ୍ୟୁତ୍ ହୋଇଛି । ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ ରେସ୍କ୍ୟୁ ଅପରେସନ ଜାରି ରହିଛି । ସମସ୍ତ ଆହତଙ୍କୁ ରାଞ୍ଚି ସ୍ଥିତ RIMS ହସ୍ୱପିଟାଲ ତଥା ଚକ୍ରଧରପୁର ନିକଟସ୍ଥ ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅପରପକ୍ଷରେ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।ସୂଚନାରୁ ପ୍ରକାଶ ଆଜି ଭୋର ୩ଟା ୪୫ ମିନିଟ ପାଖାପାଖି ଝାଡ଼ଖଣ୍ଡ ଚକ୍ରଧରପୁର ଡିଭିଜନର ଦକ୍ଷିଣ- ପୂର୍ବ ରେଳବାଇର ରାଜଖରସୁଆଁ- ବଡ଼ବାମ୍ବୁ ଷ୍ଟେସନ ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଟ୍ରେନଟି ହାଉଡ଼ାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ପୂର୍ବରୁ ଲାଇନଚ୍ୟୁତ୍ ୱାଗନ୍ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରେଳବାଇ ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ୍ ନମ୍ବର ହେଲା ଟାଟାନଗର- ୦୬୫୭-୨୨୯୦୩୨୪, ଚକ୍ରଧରପୁର- ୦୬୫୮-୭୨୩୮୦୭୨, ରାଉରକେଲା- ୦୬୬୧- ୨୫୦୧୦୭୨/୨୫୦୦୨୪୪, ହାଓଡ଼ା-୯୪୩୩୩୫୭୯୨୦/୦୩୩୨୬୩୮୨୨୧୭, ରାଞ୍ଚି- ୦୬୫୧-୨୭-୮୭୧୧୫, ହାଓଡ଼ା ହେଲ୍‌ପ ଡେସ୍କ- ୦୩୩-୨୬୩୮୨୨୧୭/୯୪୩୩୩୫୭୯୨୦, SHM Help Desk- ୬୨୯୫୫୩୧୪୭୧/୭୫୯୫୦୭୪୪୨୭, ଖଡ଼କପୁର ହେଲ୍ପ ଡେସ୍କ ନମ୍ବର- ୦୩୨୨୨-୨୯୩୭୬୪, CSMT ହେଲ୍ପଲାଇନ୍ ଅଟେ ନମ୍ବର-୫୫୯୯୩, P&T – ୦୨୨-୨୨୬୯୪୦୪୦, ମୁମ୍ବାଇ- ୦୨୨-୨୨୬୯୪୦୪୦ ଓ ନାଗପୁର-୭୭୫୭୯୧୨୭୯୦ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!