କେରଳ ଭୂସ୍ଖଳନ, ଓଡ଼ିଆ ଡାକ୍ତର ନିଖୋଜ

ଭୁବନେଶ୍ୱର,୩୦।୭: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା।ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଇଛନ୍ତି ବାପା ଅମର ଚିନାରା। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ଜୁଲାଇ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା କହିଛନ୍ତି ବିଷ୍ଣୁଙ୍କ ବାପା।କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ। ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ନିଖୋଜ ଥିବା ଦୁଇ ଡାକ୍ତରଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ।କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ହେଉଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା। ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବନ୍ଧୁ ଡାକ୍ତର ସ୍ଵାଧୀନ ପଣ୍ଡା ଏବଂ ସ୍ୱାଧୀନ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ। ଦୁର୍ଭାଗ୍ୟକୁ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ ପରେ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଞ୍ଚଳକୁ ମାଡ଼ି ଆସିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!