ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଇତିହାସ ରଚିଲେ ମନୁ ଭାକର

ପ୍ୟାରିସ୍: ଆଜି ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନ। ଏହି ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ବିତୀୟ ମେଡାଲ । ସୁଟିଂରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ମଙ୍ଗଳବାର ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିିଂଙ୍କ ସହ ସାଥି ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମନୁଙ୍କ ପାଇଁ ଚଳିତ ଅଲିମ୍ପିକ୍ସରେ ଏହା ୨ୟ ପଦକ। ଏଥିସହ ମନୁ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଛନ୍ତି ।  ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ମିଳିଛି ଦ୍ଵିତୀୟ ପଦକ। ମଙ୍ଗଳବାର ସୁଟିଂରେ ଭାରତରକୁ ମିଳିଛି ଆଉ ଏକ କାଂସ୍ୟ ପଦକ। ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଏହି ପଦକ। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ଉଭୟ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି। ଏଥିସହ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି ମନୁ ଭାକର। ଏହାପୂର୍ବରୁ ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ମହିଳା ୧୦ ମିଟର ଏୟାର ପିସ୍ତଲ୍‌ରେ କାଂସ୍ୟ ପଦକ ଜିତି ଭାରତକୁ ଚଳିତ ସଂସ୍କରଣର ପ୍ରଥମ ପଦକ ଭେଟି ଦେଇଥିଲେ ମନୁ। ଏଥିସହ ପ୍ରଥମ ଭାରତୀୟ ମହିଳା ଭାବେ ସେ ସୁଟିଂରେ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ସୁଟିଂରେ ଦୀର୍ଘ ୧୨ ବର୍ଷ ଭାରତକୁ ଦୁଇ ଦୁଇଟି ପଦକ ଭେଟି ଦେଇଛନ୍ତି ମନୁ ଭାକର। ଅପରପକ୍ଷେ, ସରବଜୋତ ସିଂହଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ ପଦକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!