ନୂଆଦିଲ୍ଲୀ,୩୧ା୭:ବିବାଦରେ ଥିବା ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗସିଛି। ସେ ତାଙ୍କ ଆଇଏଏସ୍ ପଦ ହରାଇଛନ୍ତି। ପୂଜା ଏଣିକି ଆଉ ଆଇଏଏସ ନୁହନ୍ତି। ଆଜି ୟୁପିଏସ ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍ ମନୋନୟନକୁ ବାତିଲ କରି ଦିଆଯାଇଛି। ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ବଞ୍ଚିତ କରାଯାଇଛି। ଏହାର ଅର୍ଥ ସେ ଆଉ ୟୁପିଏସ୍ସି ପରୀକ୍ଷା ଦେଇ ପାରିବେ ନାହିଁ। ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି। ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା ୨୦୨୨ ନିୟମକୁ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |