ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉପରୁ GST ହଟାଇବା ଦାବି

ନୂଆଦିଲ୍ଲୀ,,୩୧ା୭: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଉଲ୍ଲେଖ ଥିବା ଦାବିକୁ ଗୁରୁତ୍ୱାରୋପ କରି ଅର୍ଥମନ୍ତ୍ରୀ ବୀମା ପ୍ରିମିୟମ ଉପରୁ GST ପ୍ରତ୍ୟାହାର କରନ୍ତି ତେବେ ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ୱସ୍ତି ମିଳିବ ।ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ଲାଗୁ ହୋଇଛି ୧୮% ଜିଏସ୍‌ଟି। ଏହି ଦୁଇ ପ୍ରକାର ବୀମା ଉପରେ ଜିଏସ୍‌ଟି ଲାଗୁ ହେବା ଜୀବନର ଅନିଶ୍ଚିତତା ଉପରେ ଟିକସ ବସେଇବା ସହ ସମାନ। ତେଣୁ ତୁରନ୍ତ ଏହି ଟ୍ୟାକ୍ସକୁ ପ୍ରତ୍ୟାହାର କରିବାକୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟକୁ ପତ୍ର ଲେଖି ଅପିଲ କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କାରୀ।ନାଗପୁର ଡିଭିଜନାଲ ଲାଇଫ୍‌ ଇନସୁରାନ୍ସ କର୍ପୋରେସନ କର୍ମଚାରୀ ସଂଘ ପକ୍ଷରୁ ଏନେଇ ମନ୍ତ୍ରୀ ଗଡ଼କାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ମନ୍ତ୍ରୀ ଏହାକୁ ଗୁରୁତର ସହ ନେଇ ଅର୍ଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏନେଇ ମନ୍ତ୍ରୀ ଗଡ଼କାରୀ କହିଛନ୍ତି, ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକାଂଶ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ପ୍ଲାନ୍‌ କରିଥାନ୍ତି। ମାତ୍ର ଏହା ଉପରେ ଅତ୍ୟଧିକ ଟାକ୍ସ ବସାଇଲେ ଏଥିପ୍ରତି ସେମାନେ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ତେଣୁ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସ୍‌ଟି ବସାଇବା ଅର୍ଥ ଜୀବନର ଅନିଶ୍ଚିତତା ଉପରେ ଟ୍ୟାକ୍ସ ବସାଇବା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!