ଭୈରବ ମହା ବିଦ୍ୟାଳୟ ରେ +୨ର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୪ା୮-ଡାବୁଗାଁ ଭୈରବ ମହାବିଦ୍ୟାଳୟ କୂ କୋରାପୁଟର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଅଧ୍ୟକ୍ଷଙ୍କ ପ୍ରୟାସ।ଆଜି ଦିନ 12ଘଣ୍ଟା ସମୟରେ ଭୈରବ ମହା ବିଦ୍ୟାଳୟ ରେ +୨ରେ ନୂତନ ଭାବେ ନାମ ଲେଖାଇ ଥିବା ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ ଏବଂ ସୁନ୍ଦର ଭବିଷ୍ୟତ ଗଢି ତୋଳିବା ପାଇଁ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରିବା ସହିତ ସୁଚରିତ୍ର ଗଠନ କରିବାର ଗୁରୁ ଦାୟିତ୍ବ ନେବା ପାଇଁ ପିଲାମାନଙ୍କୁ ଭୌରବ ମହାବିଦ୍ୟାଳୟ ର ଅଧକ୍ଷ ରମେଶ ଚନ୍ଦ୍ର ନହକ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିବା ସହିତ ନୂତନ ଭାବେ ନାମ ଲେଖାଇ ଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ସହ କିଛି ଅଭିଭାବକ ଯୋଗଦାନ କରିଥିଲେ I ଆଗାମୀ ଦିନରେ ମହାବିଦ୍ୟାଳୟକୁ ସବୁଦିଗରୁ ସରସ ସୁନ୍ଦର କରିବା ସହ ଅବିଭକ୍ତ କୋରାପୁଟର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଅଧ୍ୟକ୍ଷ ସମସ୍ତଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!