ଓଡ଼ିଶାରୁ ୱାୟନାଡ ଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ’

ବ୍ରହ୍ମପୁର,୪ା୮:କେରଳ ୱାୟନାଡରେ ପ୍ରକୃତିର ତାଣ୍ଡବ ପରେ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଏହାରି ଭିତରେ ଜୋର୍‌ଦାର ହୋଇଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’। ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ୱାୟନାଡ ଗସ୍ତ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ।କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।  କେରଳ ଭୂସ୍ଖଳନ ଘଟଣାରେ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ଓ ଫଶିଥିବା ଲୋକଙ୍କ ସନ୍ଧାନ ଲାଗି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’କୁ କେରଳର ୱାୟନାଡ୍ ପଠଗଲା । ସନ୍ଧାନୀ କୁକୁର ଷ୍ଟର୍ମ ସହ ଜଣେ ଟ୍ରେନର ଓ ଜଣେ ସବ-ଇନସପେକ୍ଟର ମଧ୍ୟ କେରଳ ଗସ୍ତ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ପୋଲିସ ଟିମ କେରଳ ଯାତ୍ରା କରିଛନ୍ତି ।ଭୂସ୍ଖଳନର ୬ ଦିନ ପରେ ବି ୱାୟନାଡରେ ସରିନି ମାଟି ଓ ପଥର ତଳୁ ଜୀବନ ଖୋଜା। ଅହରହ ଚାଲିଛି ରେସକ୍ୟୁ ଅଭିଯାନ। ସେନା, ଏନ୍‌ଡିଆରଏଫ ସମେତ ବିଭିନ୍ନ ସଂସ୍ଥା ଓ ସ୍ୱେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଉ ଜୀବନ ଉଦ୍ଧାର ହେବା ସହ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା। ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!