ନୂଆଦିଲ୍ଲୀ,୯।୮: ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି।ମଦ ଦୁର୍ନୀତି ମାମଲାରେ ଜାମିନ୍ ମିଳିବା ପରେ ତିହାର ଜେଲରୁ ମୁକୁଳିଛନ୍ତି ଆପ୍ ନେତା ମନୀଷ ସିସୋଦିଆ । ମନୀଷଙ୍କୁ ସ୍ୱାଗତ କରିବା ପାଇଁ ଜେଲ୍ ବାହାରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଜେଲରୁ ମୁକୁଳିବା ସମୟରେ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ନଜର ଆସିଛନ୍ତି । ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଜେଲରୁ ମୁକ୍ତି ପାଇବାର ମୁଖ୍ୟ ନାୟକଙ୍କ ଧନ୍ୟବାଦ୍ ଦେଇଛନ୍ତି ମନୀଷ ସିସୋଦିଆ । ଭାରତର ସମ୍ବିଧାନ ପାଇଁ ସେ ଆଜି ଜେଲରୁ ମୁକୁିଥିବା ପ୍ରକାଶ କରିଛନ୍ତି ।ସେ ପ୍ରାୟ ୧୭ମାସ ପରେ ଜେଲରୁ ବାହାରକୁ ଆସିପାରିବେ। ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମନୀଷ ସିସୋଡିଆଙ୍କ ନିକଟରେ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି, ଯେଉଁଥିପାଇଁ ମନୀଷ ସିସୋଡିଆ ଜେଲରୁ ବାହାରିବା ପରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିପାରିବେ ନାହିଁ।ମନୀଷ ସିସୋଡିଆଙ୍କୁ ଜଷ୍ଟିସ ବିଆର ଗବଇ ଏବଂ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ପ୍ରଦାନ ଜାମିନ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମନୀଷ ସିସୋଡିଆଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |