କେନ୍ଦ୍ର କ୍ୟାବିନେଟରେ ରାଜ୍ୟ ପାଇଁ ୬ଟି ରେଳ ପ୍ରକଳ୍ପ ପାରିତ

ଭୁବନେଶ୍ୱର,୧୦।୮: ଓଡିଶାରେ ୬ଟି ରେଳ ପ୍ରକଳ୍ପ ଆରମ୍ଭ ହେବ। ଏଥି ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। କେନ୍ଦ୍ର ସରକାର ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡିଶାର ସଂଯୋଗ ଓ ଉତ୍ତର ଓଡିଶାରେ କେନ୍ଦୁଝର ମୟୂରଭଞ୍ଜ ସହ ଝାଡଖଣ୍ଡକୁ ସଂଯୋଗ କରିବାକୁ ନିଆଯାଇଛି ବଡ ପଦକ୍ଷେପ ନେଇଛନ୍ତି। ଏହା ଓଡିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ। ବିଶେଷ କରି କଳାହାଣ୍ଡି, ନବରଙ୍ଗପୁର, ମାଲକାନିଗରି, ରାୟଗଡା, କୋରାପୁଟ କେନ୍ଦୁଝର ଏବଂ ମୟୂରଭଞ୍ଜର ଆର୍ଥିକ କ୍ଷେତ୍ରରେ ବିକାଶରେ ଏହା ଅତ୍ୟନ୍ତ ସହାୟକ ହେବ। ଲୋକେମାନେ ଏଥିରେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ସୂଚନା ଦେଇଛନ୍ତି।ରେଳ ବିକାଶ ପାଇଁ ଓଡ଼ିଶାକୁ ୬ଟି ପ୍ରକଳ୍ପ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଓଡ଼ିଶାର ବିକାଶଧାରାକୁ ଆହୁରି ଆଗକୁ ନେବ।ଏହି ରେଳ ପ୍ରକଳ୍ପ ହେବା ଦ୍ୱାରା ବିଶେଷକରି କଳାହାଣ୍ଡି, ନବରଙ୍ଗପୁର, ମାଲ୍‌କାନଗିରି, କେନ୍ଦୁଝର, ମୟୂରଭଞ୍ଜ ଆଦି ଅଞ୍ଚଳ ବେଶ୍‌ ଉପକୃତ ହେବେ। ୧୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ପରିବହନ କ୍ଷେତ୍ରରେ ଓଡ଼ିଶାକୁ ନୂଆ ଦିଶା ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପ୍ରତି ଜିଲାକୁ ରେଳ ସଂଯୋଗୀକରଣ ନେଇ ଆଲୋଚନା ଚାଲିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମୋଟ୍ ୮ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହି ପ୍ରକଳ୍ପର ମୂଲ୍ୟ ୨୪,୬୫୭ କୋଟି ରହିଛି, ଯେଉଁଥିରେ ଓଡିଶାର ଗୁଣୁପୁର-ଥିରୁବାଲି ୭୩ କିଲୋମିଟର, ଜୁନାଗଡ-ନବରଙ୍ଗପୁର ୧୧୬ କି.ମି, ବାଦାମପାହାଡ-କେନ୍ଦୁଝରଗଡ ୮୨.୬ କିଲୋମିଟର, ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି, ମାଲକାନଗିରି-ଭଦ୍ରାଚଲମ ୧୭୩.୬୧ କି.ମି ଆଦି ନୂଆ ରେଳ ଲାଇନ୍ ହେବ ବୋଲି ଜଣାପଡ଼ିଛି । ୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରାୟ ୩ କୋଟି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟର ୧୪ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ୯୦୦ କିଲୋମିଟର ବୃଦ୍ଧି ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!