କେନ୍ଦ୍ରାପଡ଼ା ,,୧୨ା୮: ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ପଟାମୁଣ୍ଡେଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗାଁରେ ଘଟିଛି ଏଭଳି ଅଭବନୀୟ ଘଟଣା । ବାସନ ମାଜିବା ସମୟରେ ଟାଣିନେଇଛି କୁମ୍ଭୀର । ନଦୀ ତୁଠରେ ପଡ଼ି ରହିଛି ମହିଳାଙ୍କ ଚପଲ ସହ ବାସନ, ବାଲ୍ଟି । ଟର୍ଚ୍ଚ ଧରି ନଦୀ କୂଳରେ ଖୋଜାଖୋଜି କରୁଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ । ଘଟଣାସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ଉକ୍ତ ମହିଳାଙ୍କୁ ମଧ୍ୟ ଖୋଜାଖୋଜି କରୁଛି । ତେବେ ଏବେପର୍ଯ୍ୟନ୍ତ କୌଣସି ସୁରାଗ ମିଳି ନଥିବା ସୂଚନା ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |