ଭୁବନେଶ୍ୱର,,୧୨ା୮: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଥିବା ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ମର୍ସିଡିଜ କାରକୁ ମଧ୍ୟ ଠାବ କରାଯାଇଛି। ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବାପରେ ଚଢ଼ାଉ ହୋଇଥିଲା। ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଭିଜିଲାନ୍ସ ଜବତ କରିଛି। ଯେଉଁଥିରେ ରହିଛି- USA, Thailand, Vietnam, UAE, Canada, Mexico, Malaysia & Singapore ମୁଦ୍ରା।ଏହାପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ୍ କରିଛି। ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି। ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ରାଜଧାନୀ ଭୁବନେଶ୍ବରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ୍ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସଂପର୍କୀୟଙ୍କ ଘରେ ରେଡ୍ ଚାଲିଥିଲା।ଭିଜିଲାନ୍ସ ଜାରି କରିଥିବା ପ୍ରେସ୍ନୋଟ୍ ଅନୁସାରେ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍। ଏହାଛଡ଼ା ପ୍ଲଟ୍ ମଧ୍ୟ ରହିଛି। ପ୍ଲଟ ଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି। ତାଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୧.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍ ବେଞ୍ଜ କାର୍, ଗୋଟିଏ କିଆ କାର୍ ଓ ଗୋଟିଏ ଦାମୀ ଘଣ୍ଟା ଜବତ ହୋଇଛି। ଯେଉଁ ଘଣ୍ଟାର ଦାମ ୧୩ ଲକ୍ଷ ଟଙ୍କା ରହିଛି। ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |