ଶ୍ରାବଣ ମାସର ଚତୁର୍ଥ ସୋମବାରରେ କେଲିଆ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୧୨ା୮:-ପ୍ରସିଦ୍ଧ ତଥା ଐତିହାସିକ କେଲିଆ ଶୈବପୀଠରେ ଶ୍ରାବଣ ଚତୁର୍ଥ ସୋମବାରରେ ସଖାଳ ୫ ଘଣ୍ଟା ଠାରୁ ମନ୍ଦିରେ ଶିବଙ୍କୁ ଜଳ ଅଭିଷେକ କଲେ ଶିବଭକ୍ତ କାଉଡିଆମନେ।ଦିନ୧୦ ଘଣ୍ଟା ମଧ୍ୟରେ କେଲିଆ ଶୈବ ପୀଠରେ 15 ହଜାର ରୁ ଉର୍ଦ୍ଧ୍ବ ଶିବଭକ୍ତ ଜଳ ଅଭିଷେକ କରିଥିବା ସୂଚନା ମିଳିଛି। ଆଜି ନବରଙ୍ଗପୁର ଜୟ ବାବା ସେବା ଦଳ ତରଫରୁ ଅର୍ଣ୍ଣ ଭୋଗ ବଣ୍ଟନ କରାଯାଇ ଥିଲା। ଆଜି ଏହି ଅବସରରେ କେଲିଆ ଠାରେ ଉପସ୍ଥିତି ଥିଲେ କେଲିଆ ମନ୍ଦିର କମେଟି ସଭାପତି ତହସିଲଦାର ହରିଅମ ଭୋଇ, ଉପସଭାପତି ବୀଣା ମାଝୀ, ସମ୍ପାଦକ ଦେବରାଜ ପାତ୍ର, କସାଧକ୍ଷ ଜି ସାଇ ରାଜୁ, ସଦର୍ଶ ସୁରେନ୍ଦ୍ର ମିଶ୍ର, ସୂର୍ଯ୍ୟ ସୁବୁଦ୍ଧି ପ୍ରମ୍ମୁଖ ।ଏଭଳି ଆଜି ଡାବୁଗାଁ ବ୍ଲକର ବିଭିନ୍ନ ଶୈବ ପୀଠରେ ମଧ୍ୟ ଜଳଅଭିଷେକ କଲେ ଶିବଭକ୍ତ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବିଶେଷ ମହପ୍ତ ରହିଛି ! ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ! ଧାର୍ମିକ ମାନ୍ୟତାନୁସାରେ ଏହି ମାସରେ ଭଗବାନ ଶିବଙ୍କ ଅଭିଷେକ କରିବା ଖୁବ ଫଳଦାୟୀ ହୋଇଥାଏ !

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!