IIT ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୧୨।୮: ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି ଆଇଆଇଟି ମାଡ୍ରାସ। ଉଭୟ ସବୁ କ୍ଷେତ୍ର ବା ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ ରହିଛି। ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ପକ୍ଷରୁ ଜାରି ତାଲିକାରେ ଆଇଆଇଟି ମାଡ୍ରାନ ନମ୍ବର ୧ ସ୍ଥାନରେ ରହିଛି।ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଓଭର ଅଲ କ୍ୟାଟାଗୋରୀ ରାଙ୍କିଙ୍ଗର ଟପ୍‌ ୧୦ରେ ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜେଏନୟୁ ମଧ୍ୟ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି।ତେବେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ ଆଇଆଇଟିଗୁଡ଼ିକର ଦବଦବା ଦେଖିବାକୁ ମିଳିଛି। ଆଇଆଇଟି ମାଡ୍ରାସ ପଛକୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ ୩ୟ ସ୍ଥାନରେ, ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ, ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ୧୦ମ ସ୍ଥାନରେ ରହିଛି| ପ୍ରଥମଥର ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ଟପ ୧୦ ଶିକ୍ଷାନୁଷ୍ଠାନ ଭିତରେ ଆଇଆଇଟି ବାରାଣସୀ ସ୍ଥାନ ପାଇଛି। ଏହି ଶିକ୍ଷାନୁଷ୍ଠାନ ଇଞ୍ଜିନିୟରିଂ ବର୍ଗ ରାଙ୍କିଙ୍ଗର ୧୦ ନମ୍ବର ସ୍ଥାନରେ ଅଛି।ଏନଆଇଆରଏଫ ଜାରି କରିଥିବା ରାଙ୍କିଙ୍ଗର ୯ମ ସଂସ୍କରଣରେ ୩ଟି ନୂଆ ବର୍ଗ – ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଓ ସରକାରୀ ଅନୁଦାନ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। AICTE ଅଧ୍ୟକ୍ଷ ଅନୀଲ ସହସ୍ରବୁଦ୍ଧେ ଘୋଷଣା କରିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ ଆସନ୍ତାବର୍ଷ ଠାରୁ ପରିପୋଷଣିୟତା ରାଙ୍କିଙ୍ଗ ମଧ୍ୟ ଜାରି କରିବ।ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବର୍ଗର ୩ୟ ସ୍ଥାନରେ କ୍ରମାଗତ ତୃତୀୟ ଥର ପାଇଁ ଜାମିଆ ମିଲିଆ ଇସଲାମିଆ ରହିଛି। ଜାମିଆ ହାମଦର ଫାର୍ମାସୀ ପାଇଁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି। ବିଶ୍ୱବିଦ୍ୟାଳୟ ବର୍ଗରେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ୧ନଂରେ ଥିବା ବେଳେ ଜେଏନୟୁ ୨ନଂରେ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!