ଭୁବନେଶ୍ୱର ,୧୩।୮:ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଜେଡି ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ପୁନଃ ତଦନ୍ତ ହେବ । ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଗତ ବର୍ଷ ଜାନୁଆରୀ ମାସ ୨୯ ତାରିଖରେ ବିଜେଡି ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ଶ୍ରୀ ଦାସଙ୍କୁ ଗୁଳିମାଡ଼ କରାଯାଇଥିଲା । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ମେଡିକାଲରେ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେବେ ଦୀର୍ଘ ଦିନ ପରେ ପୁଣି ଥରେ ଏବେ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲିବାକୁ ଯାଉଛି । ନବଙ୍କ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଶ୍ରୀ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ମନ୍ତ୍ରୀଙ୍କୁ ଅତତି ନିକଟରୁ ଗୁଳିମାଡ଼ କରାଯାଇଥିଲା । ଶ୍ରୀ ଦାସଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ଏଥିସହିତ ତା’ର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଥିଲା । ଗୋପାଳ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ଥିବା ବେଳେ ସେ ନବଙ୍କୁ ଅତି ନିକଟରୁ ଗୁଳି କରିଥିଲା । ଏହାପରେ ଗୁରୁତର ଅବସ୍ଥାରେ ନବଙ୍କୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଏହି ମାମଲାରେ ଗୋପାଳଙ୍କୁ ଗିରଫ କରାଯାଇଥିଲେ ହେଁ ନବଙ୍କ ହତ୍ୟା ପଛର ବଡ଼ ଗୁମର ଖୋଲି ପାରିନଥିଲା । ଏବେ ବିଜେପି ସରକାର ଏହି ହତ୍ୟାକାଣ୍ଡର ପୁନଃ ତଦନ୍ତ ପାଇଁ ସୂଚନା ଦେଇଥିବାରୁ ସେନେଇ ସବୁ ଗୁମର ଖୋଲିପାରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |