ଅଗଷ୍ଟ ୨୨ରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ନୂଆଦିଲ୍ଲୀ,୧୩।୮:ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି।ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଛି। ତେଣୁ ତାଙ୍କୁ ସରକାର ସେବି ମୁଖ୍ୟ ପଦରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବରୁ କଂଗ୍ରେସ ସେବି ମୁଖ୍ୟ ଓ ଆଦାନି ଗ୍ରୁପ ମଧ୍ୟରେ ଥିବା ସମ୍ପର୍କରେ ଜେପିସି ତଦନ୍ତ ପାଇଁ ଦଳ ଦାବି କରିଥିଲା।ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ସମସ୍ତ ସାଧାରଣ ସମ୍ପାଦକ, ଇନଚାର୍ଜ ଓ ରାଜ୍ୟ ମୁଖ୍ୟମାନେ ଯୋଗ ଦେଇଥିଲେ। ଏହି ବୈଠକରେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!