ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’

ଭୂବନେଶ୍ୱର,୧୩।୮: ମାଦକ ଦ୍ରବ୍ୟରେ ସାମିଲ୍ ହେଲା ଭାଙ୍ଗ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦, ୨୦୧୩)ର ଧାରା ୨ର କ୍ଲଜ (ଟି) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହାକୁ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ ।ଫଳରେ ଏହା ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର କାରଣ ହୋଇଥାଏ।ପୁରାଣ ଯୁଗରୁ ଭାଙ୍ଗର ପ୍ରଚଳନ ଭାରତରେ ଅଛି ଓ ଏହା ଉତ୍ତର ଭାରତୀୟ ସଂସ୍କୃତିର ଏକ ଅଂଶ । ସାଧୁମାନେ ଏହାର ଉତ୍ତେଜକ ଗୁଣକୁ ବ୍ୟବ‌ହାର କରି ଭଗବାନ ସାନ୍ନିଧ୍ୟ ପାଇବା ନିମନ୍ତେ ଅଧିକ ଧ୍ୟାନ ରତ ହୁଅନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!