ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ଥାନାରେ ୧୨ ଜଣଙ୍କୁ ଅଟକ

ପାରାଦୀପ,୧୫।୮: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରୁବାର ପାରାଦୀପ ଦେଇ ୧୨ଜଣ ସନ୍ଦିଗ୍ଧ ବାଂଲାଦେଶୀ ପଶି ଆସିଛନ୍ତି।ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ଥାନାରେ ୧୨ ଜଣଙ୍କୁ ଅଟକ ରଖିଛି ପୁଲିସ। ଅଟକଙ୍କ ମଧ୍ୟରେ୧୧ ଜଣ ଯୁବକ ଥିବାବେଳେ ଜଣେ ବୃଦ୍ଧ ଥିବା ଜଣାଯାଇଛି। ପୁଲିସ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ସେମାନଙ୍କୁ ପରିଚୟ ପତ୍ର ଯାଞ୍ଚ କରାଯାଇଛି।ଗତକାଲି କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ପାରାଦୀପ ଆସୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ସେମାନେ ଓହ୍ଲାଇବା ବେଳେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ଅଟକ ବ୍ୟକ୍ତିମାନେ ବଙ୍ଗଳା ଭାଷାରେ କଥା କହୁଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି ।ପାରାଦୀପ ବସଷ୍ଟାଣ୍ଡ , ସମୁଦ୍ର କୂଳ, ଷଣ୍ଢକୁଦ ବସ୍ତି, ନେହରୁବଙ୍ଗଳା ଓ ମାଛଧରା ବନ୍ଦର ପରି ବିଭିନ୍ନ ସ୍ଥାନରେ ପୁଲିସ ଯାଞ୍ଚ କରୁଥିବା ବେଳେ ଉପକୂଳ ସମୁଦ୍ରରେ ମଧ୍ୟ ମେରାଇନ ପୁଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହ ବୋଟଗୁଡିକରେ କଡାକଡି ଯାଞ୍ଚ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!