ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୫।୮ :ନବରଙ୍ଗପୁର:-ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ। ଏହି ଅବସରରେ ଆଜି ୮ ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ରେ ସ୍ୱାଧୀନତା ଦିବସ ପାଳିତ ହେଲା। ବ୍ଲକ କାର୍ଯ୍ୟାଳୟରେ ପତାକା ଉତଳନ କଲେ ଡାବୁଗାଁ ଲୋକପ୍ରିୟ ବିଧାୟକ ମାନହୋର ରନ୍ଧାରୀ, ଡାବୁଗାଁ ସାମ୍ବାଦିକ ସଙ୍ଘ ଠାରେ ମଧ୍ୟ ପତାକା ଉତଲନ ହେଲା।ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଣୁଆଗୁଡା ସରକାରୀ ବିଦ୍ୟାଳୟର ସହ ବିଭିନ୍ନ ସରକାରୀ ଅନୁଷ୍ଠାନ ଥାନା, ପୋଷ୍ଟ ଅଫିସ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇ ଥିଲା ।ଡାବୁଗାଁ ବ୍ଲକ ରେ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ବିଡ଼ିଓ ଶରତମାଝୀ, ଏବିଡ଼ିଅ ପଦ୍ମନାଵ ତ୍ରିପାଟି, ବ୍ଲକ ଚେଇରମେନ ବିଣା ମାଝୀ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର ପ୍ରମୁଖ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |