ନୂଆଦିଲ୍ଲୀ ,୨୦।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଗୁରୁବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛି।କୋଲକତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ଆଜି ରାୟ ଶୁଣାଇଛନ୍ତି । ଆସନ୍ତା ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବା ନେଇ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଗତକାଲି ସିବିଆଇ ଆରଜି କର ମେଡିକାଳ କଲେଜର ପୂର୍ବ ପ୍ରିନ୍ସିପାଲ ଡା. ସନ୍ଦୀପ ଘୋଷଣଙ୍କୁ ୧୩ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା । ଆଜି ତାଙ୍କୁ ପୁଣି ଥରେ ପଚରାଉଚରା କରାଯାଇପାରେ ।ସେହିପରି ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ ଟେଷ୍ଟ କରିବା ନେଇ ସିବିଆଇକୁ କୋର୍ଟଙ୍କ ମଞ୍ଜୁରୀ ମିଳିସାରିଛି । ପଲିଗ୍ରାଫ ଟେଷ୍ଟ କରିବା ଫଳରେ ଅଭିଯୁକ୍ତ କେତେ ସତ କହୁଛନ୍ତି ଓ ଆଉ କେତେ ମିଛ କହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ । ଯାଞ୍ଚ ଏଜେନ୍ସି ଅଭିଯୁକ୍ତର ମନୋବୈଜ୍ଞାନିକ ଟେଷ୍ଟ ମଧ୍ୟ କରି ସାରିଛି । ସିବିଆଇ ପୂର୍ବ ପ୍ରିନ୍ସିପାଲ ଡା. ଘୋଷଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରିବାକୁ ଚାହୁଁଛି । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣିବା ସମୟରେ କ୍ରାଇମ ସୀନକୁ ପ୍ରୋଟେକ୍ଟ କ’ଣ ପାଇଁ କରାଯାଇ ନଥିଲା ସେନେଇ ପୋଲିସକୁ ପ୍ରଶ୍ନ କରିଥିଲେ । ଏଥିସହିତ ହଜାର ହଜାର ଲୋକଙ୍କୁ କ’ଣ ପାଇଁ ଆସିବାକୁ ଦିଆଗଲା ଓ ପ୍ରିନ୍ସିପାଲଙ୍କୁ ଅନ୍ୟ କଲେଜକୁ କ’ଣ ପାଇଁ ପଠାଗଲା ସେନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |