ନୂଆଦିଲ୍ଲୀ,୨୪ା୮ : ଟିମ୍ ଇଣ୍ଡିଆର ଭେଟେରାନ୍ ଓପନର୍ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଶନିବାର ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଧାୱନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି।ଶିଖର ଧାୱନ ଏକଦା ଭାରତୀୟ ଦଳର ବ୍ୟାଟିଂ ଅର୍ଡରରେ ଏକ ମଜ୍ଭୁତ୍ ସ୍ତମ୍ଭ ଥିଲେ। ଭାରତୀୟ କ୍ରିକେଟ୍ ଟିମ୍ ଗବ୍ବର ନାଁରେ ପ୍ରସିଦ୍ଧ ଶିଖର ଧାୱନଙ୍କ ବ୍ୟାଟ୍ ଚାଲିଲେ ପ୍ରତିପକ୍ଷ ବୋଲରଙ୍କ ମଧ୍ୟରେ ଭାଳେଣି ପଡିଯାଉଥିଲା। ଭାରତ ପାଇଁ ତିନୋଟି ଫର୍ମାଟ ଖେଳିଥିବା ଧାୱନଙ୍କ ହଠାତ ଅବସର ଘୋଷଣା ପ୍ରଶଂସକଙ୍କୁ ଚକିତ କରିଦେଇଛି।ଏକ୍ସରେ ଏକ ଭିଡ଼ିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ୩୮ବର୍ଷୀୟ ଶିଖର ଧାୱନଙ୍କ ଅବସରକୁ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିଲା। ଶେଷରେ ଅଗଷ୍ଟ ୨୪ ତାରିଖ ସକାଳେ ଏକ ଭିଡ଼ିଓ ଜରିଆରେ ପୋଷ୍ଟ କରି ନିଜେ ଏହି ସୂଚନା ଦେଇଛନ୍ତି। ଭିଡ଼ିଓରେ ଶିଖର କହିଛନ୍ତି ‘ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡା ହୋଇଛି ଯେଉଁଠାରେ ପଛକୁ ଚାହିଁଲେ କେବଳ ସ୍ମୃତି ଦେଖିବାକୁ ମିଳେ। ଏବଂ ଆଗକୁ ଦେଖିଲେ ପୁରା ଦୁନିଆ। ଭାରତ ପାଇଁ ଖେଳିବା ମୋର ସବୁବେଳେ ଇଚ୍ଛା ଥିଲା ଏବଂ ଏହା ପୂରଣ ମଧ୍ୟ ହୋଇଛି। ଏଥିପାଇଁ ମୁଁ ଅନେକଙ୍କୁ ଧନ୍ୟବାଦ ଜଣାଉଛି। ପ୍ରଥମତଃ ମୋର ପରିବାର, ମୋର ପିଲାଦିନର ପ୍ରଶିକ୍ଷକ ତାରିକ ଶର୍ମା, ମଦନ ଶର୍ମା, ଯେଉଁମାନେ ପିଲା ଦିନରୁ ପ୍ରଶିକ୍ଷଣ ଦେଇଥିଲେ। ଏହା ପରେ ମୋ ଦଳ। ଯାହାଙ୍କ ସହିତ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି, ଏକ ପରିବାର ଭଳି ସମୟ ବିତାଇବା ସହ ଅନେକ ସଫଳତା ପାଇଥିଲି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |