ନୟାଗଡ଼,୨୫ା୮: ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ ରେ ବଡ଼ ଧରଣର ଚଢ଼ାଉ କରାଯାଇଛି।ନୟାଗଡର ୪ଟି ଜେଲରେ ପୁଲିସ୍ର ଚଢାଉ । ନିଶା କାରବାର ନେଇ ଆଜି ଭୋରୁ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚଢାଉ ଚାଲିଛି। ମାଜିଷ୍ଟ୍ରେଟ୍ ଏବଂ ନୟାଗଡ ଏସପିଙ୍କ ଉପସ୍ଥିତିରେ ଚଢାଉରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲାମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ବହୁ ପରିମାଣର ବିପୁଳ ନିଶା ସାମଗ୍ରୀ ଜବତ ହୋଇଛି। ଏଥିରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍ ରହିଛି।ଜେଲ୍ ଭିତରକୁ କିଭଳି ନିଶା ସାମଗ୍ରୀ ଗଲା? କଡ଼ା ସୁରକ୍ଷା ଭିତରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି, ତାକୁ ନେଇ ପ୍ରଶ୍ନୂବାଚୀ ସୃଷ୍ଟି ହୋଇଛି। ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |