ଲକାନଗିରି ,୨୭।୮: : ମାଲକାନଗିରି ଜିଲାରେ ଲଷ୍ମୀ ଏସି ବସ ଚଲାଚଳକୁ ବିରୋଧ କରି ଜିଲା ଘରୋଇ ବସ ମାଲିକ ସଂଘ ଆଜି ଆର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲାରେ ସମସ୍ତ ଘରୋଇ ବସ ଚଲାଚଳକୁ ବନ୍ଦ କରି ଧର୍ମଘଟ କରିଛନ୍ତି। ଘରୋଇ ବସ ମାଲିକ ସଂଘ ସଭାପତି ରାଜଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ମାଲକାନଗିରି ସ୍ଥିତ ବସଷ୍ଟାଣ୍ଡରେ ସଂଘ ର ସଦସ୍ୟ ଏକତ୍ରିତ ହୋଇ ଧର୍ମଘଟରେ ସାମିଲ ହୋଇଥିଲେ। ଫଳରେ ଜୟପୁର, କୋରାପୁଟ, ନବରଙ୍ଗପୁର, ଉମରକୋଟ, ହାଇଦ୍ରାବାଦ ଯିବା ସମସ୍ତ ବସ ଗୁଡ଼ିକ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସରକାରଙ୍କ ଦ୍ବାରା ଲକ୍ଷ୍ମୀ ବସ୍ ଯୋଜନାର ଶ୍ରେଣୀ-୧ ର ପଞ୍ଚାୟତ ଠାରୁ ବ୍ଲକକୁ ଯାତ୍ରୀଙ୍କ ସୁବିଧା ପାଇଁ ଚଲାଚଳ କରୁଥିବା ବସକୁ ସ୍ବାଗତ କରାଯାଉଛି ହେଲେ ଶ୍ରେଣୀ-୨ ବ୍ଲକ ହେର୍ଡ କ୍ବାଟର ଠାରୁ ମାଲକାନଗିରି ଜିଲା ହେର୍ଡ କ୍ବାଟରକୁ ଚଳା ଚଳ କରୁଥିବା ଲଷ୍ମୀ ଏସି ବସକୁ ବିରୋଧ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |