ଆନନ୍ଦବଜାର ଜଗିବେ ସେନାନିବୃତ୍ତ କର୍ମୀ

 ପୁରୀ,୨୯।୮: ଆନନ୍ଦବଜାର ଜଗିବେ ସେନାନିବୃତ୍ତ କର୍ମୀ|ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏଥିପାଇଁ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାନିବୃତ୍ତ କର୍ମୀ ନିଯୁକ୍ତ ହେବେ ।ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ପ୍ରାୟ ୬୦ ଜଣ ସେନାନିବୃତ କର୍ମୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ୨୦ଟି ଯାକ ପଦବୀ ପୂରଣ ହେବ। ସେପଟେମ୍ବର ୧ ତାରିଖରୁ ଆନନ୍ଦ ବଜାରରେ ମୁତୟନ ହେବେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ। ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସକୋଡ୍ ଲାଗୁ ହେବ। ନିଯୁକ୍ତି ପରେ ଆନନ୍ଦ ବଜାରରେ ବିଭିନ୍ନ ବିଶୃଙ୍ଖଳା ଉପରେ ଏମାନେ ନଜର ରଖିବେ ଏବଂ ଏଥିପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!