ନୂଆଦିଲ୍ଲୀ,୩୧।୮: ଆଜି କୃଷକ ଆନ୍ଦୋଳନର 200 ଦିନ ପୂର୍ତ୍ତି ଅବସରରେ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକତ୍ରିତ ହେବାକୁ ଯୋଜନା କରିଛନ୍ତି। ଖାନୌରୀ, ଶମ୍ଭୁ ଏବଂ ରତନପୁର ସୀମାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ଅଲିମ୍ପିଆନ ଭିନେଶ ଫୋଗାଟ ମଧ୍ୟ ସେମାନଙ୍କ ସହ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆସିଛନ୍ତି। ଏହି ଅବସରରେ କୃଷକମାନେ ତାଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି।ଚାଷୀ ନେତା ସୌରଭ ସିଂହ ପନ୍ଧେର କହିଛନ୍ତି, “କୃଷକଙ୍କ ବିରୋଧ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆମ ଦାବି ପୂରଣ ହୋଇନାହିଁ। କେନ୍ଦ୍ର ସରକାର ଆମର ସଂକଳ୍ପର ପରୀକ୍ଷା ନେଉଛନ୍ତି।” ଆମେ ପୁଣି ଥରେ ସରକାରଙ୍କ ନିକଟରେ ଆମର ଦାବି ଉପସ୍ଥାପନ କରିବୁ ଏବଂ ନୂଆ ଘୋଷଣା ମଧ୍ୟ କରାଯିବ। 200 ଦିନର ବିରୋଧ ପ୍ରଦର୍ଶନକୁ ଶେଷ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଚାଷୀ ନେତା ସୌରଭ ସିଂହ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |