ଡାବୁଗାଁ ଠାରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୨ା୯:-ଡାବୁଗାଁ ଠାରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ନେଲେ ଉମାକାନ୍ତ ପଟ୍ଟନାୟକ। ସୂଚନା ଅନୁଯାୟୀ ଆଜି ଅପରାହ୍ନ ତିନି ଘଣ୍ଟା ସମୟରେ ଡାବୁଗାଁ ପୂର୍ବତନ ବନାଞ୍ଚଳ ଅଧିକାରୀ ତଡିପା କୁମାର ସ୍ୱାଇଁ ଅବସର ନେଇଥିବା ପରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ଡାବୁଗାଁ ପୂର୍ବତନ ବନପାଳ ଉମାକାନ୍ତ ପଟ୍ଟନାୟକ। ଆଜି ଠାରୁ ଡାବୁଗାଁ ନୂତନ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ କିଭଳି ଭାବରେ ଡାବୁଗାଁ ବନବିଭାଗର ସୁରକ୍ଷା ନେଉଛନ୍ତି ନୂତନ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ ତାହା ଦେଖିବାକୁ ବାକି ରହିଲା । ଆଜି ଦାଇତ୍ୱ ନେବା ସମୟରେ ଡାବୁଗାଁ ବନବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!