ନୂଆଦିଲ୍ଲୀ,୪।୯:ହିମାଚଳ ପ୍ରଦେଶର କଂଗ୍ରେସ ସରକାର ବିଧାନସଭାରେ ଏକ ନୂତନ ବିଲ୍ ପାରିତ କରିଛନ୍ତି। ଏହି ବିଲ୍ ବିଧାୟକମାନଙ୍କୁ ମିଳୁଥିବା ଭତ୍ତା ଉପରେ ଉଦ୍ଦିଷ୍ଟ। ନୂଆ ବିଲ୍ ଅନୁସାରେ, ଯଦି କୌଣସି ବିଧାୟକ ରାଜନୈତିକ କ୍ୟାରିଅରରେ ଦଳବଦଳ କରିଥାନ୍ତି, ତେବେ ତାଙ୍କୁ ଭତ୍ତା ବା ପେନସନ୍ ମିଳିବ ନାହିଁ।ଆଜି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶ ବିଧାନସଭା (ସଦସ୍ୟଙ୍କ ଭତ୍ତା) ସଂଶୋଧନ ବିଲ୍ 2024 ବିଲ୍ ଆଗତ କରିଥିଲେ। ବିରୋଧୀ ଦଳ ସଦସ୍ୟଙ୍କ ବିରୋଧ ସତ୍ତ୍ୱେ ବିଲ୍ ପାରିତ ହୋଇଛି। ଏହାପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଲ୍ ଆଇନରେ ପରିଣତ ହେବା ପରେ କାର୍ଯ୍ୟକାରୀ ହେବ। ଏହି ବିଲକୁ ବିରୋଧି ଦଳ ବିଧାୟକମାନେ ପ୍ରବଳ ବିରୋଧ କରିଥିଲେ। ଏପରି ଅଣାଯିବା ଦ୍ୱାରା ବିଧାୟକଙ୍କ ଅଧିକାର ଉଲ୍ଲଂଘନ ହେବ ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। କିନ୍ତୁ ଶାସକ କଂଗ୍ରେସ କହିଛି, ରାଜନୀତିରେ ଦୁର୍ନୀତି ହ୍ରାସ କରିବାରେ ଏହି ଆଇନ ସହାୟକ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |