କଂଗ୍ରେସରେ ଯୋଗଦେଲେ ଦୁଇ ଅଲମ୍ପିଆନ୍

ନୂଆଦିଲ୍ଲୀ,୬।୯: କଂଗ୍ରେସରେ ମିଶିଲେ ଦୁଇ ଅଲମ୍ପିଆନ୍। ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ। ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ସ୍ୱତନ୍ତ୍ର ଡ୍ୱିଟି ଅଧିକାରୀ (OSD) ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ସେ ମଧ୍ୟ ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!