ଡାବୁଗାଁ ଗଜଲକ୍ଷ୍ମୀ ପୂଜା ପାଇଁ ଅଙ୍ଗିନଦୀରୁ ମାଟି ଅନୁକୂଳ

ନବରଙ୍ଗପୁର(ମିହୀର ଶଙ୍କର ପାତ୍ର),୯।୯ :-ଡାବୁଗାଁ ସଦର ମହାକୁମା ସ୍ଥିତ ରେଲିସାହିରେ ହେଉଥିବା ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ । ଏବର୍ଷ ଧୁମଧାମରେ ପାଳନ କରିବା ପାଇଁ ସ୍ଥିର କରିଛନ୍ତି ସହି ବାସିନ୍ଦା ଏବଂ ଗଜଲକ୍ଷ୍ମୀ ପୂଜା କମିଟି । ଆଜି ଡାବୁଗାଁ ସ୍ଥିତ ଅଙ୍ଗିନଦୀ ଠାରୁ ସମ୍ପୂର୍ଣ ରୀତି ନୀତିରେ ମୁଖ୍ୟପୂଜକ ଚୈତନ୍ୟ ଦାସ,ରଂଜିତ ଘଡାଇ,ଗୋବିନ୍ଦ ପଣ୍ଡା,ମୂର୍ତ୍ତି କାରିଗର ତିରୁପତି ଜେନା ତଥା ଅନ୍ୟପୂଜକ ମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନାକରି ମାଟି ଅନୁକୁଳ କରାଯାଇଛି । ଆଜି ଏହି ଅବସରରେ ପୂଜକ ମାନଙ୍କ ସହ ପୂଜାକମିଟି ସଦର୍ଶମାନେ ପାପନା ରେଲି ,ସୁରେନ୍ଦ୍ର ରେଲି,ଟିବୁ ରେଲି,ରାଜୁରେଲି, ଜଗନ୍ନାଥ ରେଲି,ମନୁ ରେଲି,ତାରିଣୀ ରେଲି ସମେତ ଅନ୍ୟ ସଦର୍ଶ ମାନେ ମଧ୍ୟ ଉପସ୍ଥିତ ଥିଲେ ତତସଙ୍ଗେ ସଙ୍ଗେ ଶତାଧିକ ଗ୍ରାମବାସି ଉପସ୍ଥିତ ଥିଲେ । ଗଜଲକ୍ଷ୍ମୀ ପୂଜା ମଣ୍ଡପ ପାଖରେ ଅନୁକୂଳ ହୋଇ ଆସିଥିବ ମଟିକୁ ସାହିର ମାଁ ଭଉଣୀ ମାନେ ପୂଜାର୍ଚ୍ଚନା କରି ମଣ୍ଡପକୁ ପଛୁଟି ନେଇଥିଲେ । ଆସନ୍ତାମାସ ଅର୍ଥାତ ଅକ୍ଟୋବର ୧୭ ତାରିଖରେ ହେବ ମାଁ ଗଜଲକ୍ଷ୍ମୀଙ୍କ ପୂଜା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!