ବିଲରେ କାମ କରୁଥିବାବେଳେ ୨ ଚାଷୀଙ୍କ ମୃତ୍ୟୁ

ମୟୂରଭଞ୍ଜ,୧୦।୯: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଖଡ଼ିଶୋଳ ପଞ୍ଚାୟତର ଡ଼ୁମାପଦା ଗାଁରେ କ୍ଷେତରେ କାମ କରୁଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଦୁଇଜଣ ଭାଗ ଚାଷୀଙ୍କ ମୃତ୍ୟୁ ଘଟିଛି।ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଡୁମାପଦା ଗ୍ରାମରେ ଅଘଟଣ। ବଜ୍ରପାତରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ। ବେତନଟୀ ଥାନା ଅଧୀନ ଖଡ଼ିଶୋଳ ପଞ୍ଚାୟତର ଡ଼ୁମାପଦା ଗାଁରେ କ୍ଷେତରେ କାମ କରୁଥିବାବେଳେ ଅପରାହ୍ନରେ ବଜ୍ରପାତରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ। ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର ସ୍ବର୍ଗତ ଅନୁକୂଳ ମହାନ୍ତଙ୍କ ପୁଅ ଗୋବିନ୍ଦ (୫୨) ଏବଂ ଶଙ୍ଖଯୋଡ଼ ଗ୍ରାମର ରାମ ହାଁସଦାର ପୁଅ ଶିବ ହାଁସଦା (୩୦)।  ଏନେଇ ବେତନଟୀ ପୁଲିସ ଦୁଇଟି ପୃଥକ ମାମଲା ରୁଜୁକରି ପଞ୍ଚନାମା କରାଇବା ସହିତ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!