ନୂଆଦିଲ୍ଲୀ,୧୩।୯: ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ରେ ପରିବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ ‘ଶ୍ରୀ ବିଜୟପୁରମ୍’ ନାମରେ ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ନିଜ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଅମିତ ଶାହ ଲେଖିଛନ୍ତି, “ଦେଶକୁ ଉପନିବେଶ ଛାପରୁ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ ହୋଇ ଆଜି ପୋର୍ଟ ବ୍ଲେଆରର ନାଁ ବଦଳାଇ ‘ଶ୍ରୀ ବିଜୟପୁରମ’ କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ପୂର୍ବରୁ ଥିବା ନାମରେ ଉପନିବେଶର ଚିହ୍ନ ରହିଥିଲା । ଶ୍ରୀ ବିଜୟପୁରମ ଆମର ସ୍ୱାଧୀନତା ସଂଗ୍ରାମରେ ମିଳିଥିବା ବିଜୟ ଓ ଏଥିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଦ୍ୱିତୀୟ ଭୂମିକାର ପ୍ରତୀକ ।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |