ପୁରୀ,୧୪।୯: ଆସନ୍ତାକାଲି ଅର୍ଥାତ୍ ରବିବାର ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ ତିଥି। ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ବୈଷ୍ଣବସମ୍ମତ ବିଜୟା ଏକାଦଶୀ ଉପବାସ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ଏହି ନୀତି ସମୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ତେବେ ଆସନ୍ତାକାଲି ଅର୍ଥାତ ୧୫ ସେପ୍ଟେମ୍ବର ରବିବାର ଦିନ ପୁରୀରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।ସୂଚନାନୁଯାୟୀ, ସାଧାରଣତଃ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ୩ରୁ ୪ଘଣ୍ଟା ବନ୍ଦ ରହିଥାଏ। ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ବାବନ ଜନ୍ମ ନୀତିକାନ୍ତି ଲାଗି ବନ୍ଦ ରହିବ ସାଧାରଣ ଦର୍ଶନ। ସଂଧ୍ୟା ୫ଟାରୁ ରାତିୁ ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |