ସୁଭଦ୍ରା ଯୋଜନାରେ ନାମ ପଞ୍ଜୀକରଣ ପାଇଁ କୋଷାଗୁମଡା ବ୍ଲକରେ ଟଙ୍କା ଆଦାୟ ଅଭିଯୋଗ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୧୪।୯:-କୋଷାଗୁମୁଡ଼ା ବ୍ଲକ୍ ଅଧୀନ ମୋତିଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ସୁଭଦ୍ରା ଯୋଜନା ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ କରାଯାଇଛି ଅଙ୍ଗନୱାଡି କର୍ମୀ ସୁଭଦ୍ରା ଫର୍ମ ଦେଇଛନ୍ତି। ହିତାକାରୀମାନେ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରୁଛନ୍ତି ଏଥିପାଇଁ ଜଣକ ଠାରୁ ଶହେ ଟଙ୍କା ଲେଖାଏ ଆଦାୟ କରାଯାଉଥୁବା ହିତାଧୁକାରୀ ମାନେ ଅଭିଯୋଗ କରିଛନ୍ତି I ଏହି ଟଙ୍କା କାଗଜପତ୍ର ପାଇଁ ନିଆଯାଉଛି ବୋଲି ଅନ୍‌ଲାଇନ ସେଣ୍ଟର ଲୋକେ କହୁଥିବା ହିତାକାରୀ ଅଭିଯୋଗ କରିଛନ୍ତି I ଏନେଇ ଅନ୍‌ଲାଇନ କରୁଥିବା ତରୁଣ ହରିଜନଙ୍କୁ ପାଟି ଖୁଲିବାକୁ ନାରାଜ। ଗୁରୁବାର, ଶୁକ୍ରବାର ୩ଶହରୁ ଉର୍ଦ୍ଧ୍ୱ ହିତାଧୁକାରୀ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିଛନ୍ତି। ଏନେଇ କୋଷାଗୁମୁଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯମୁନା ଭଦ୍ରାଙ୍କୁ ଯୋଗଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିନାହିଁ।ଆଜି ବି ମହିଳା ମାନେ ସୁଭଦ୍ରା ଯୋଜନା ଅନଲାଇନ ପାଇଁ ଯାଇ ଅସୁବିଧାର ସମ୍ମୁଖୀନ ହେଲେ। କାରଣ ଆଜି ଅଭିଯୋଗ ପରେ ଆଉ ଅନଲାଇନ କରୁଥିବା ତରୁଣ ହରିଜନ ଅନଲାଇନ ସେଣ୍ଟର ବନ୍ଦ କରିଦେଇଛନ୍ତି। ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ପାଇଁ ଟଙ୍କା ଆଦାୟ କରୁଥିବା ଜନସବା କେନ୍ଦ୍ର ମାଲିକ ମାନଙ୍କ ଆଇଡି ବନ୍ଦ କରା ଗଲାଣି କିନ୍ତୁ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ତରୁଣ ହରିଜନ ଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ପଦକ୍ଷେପ ନିଆ ଯାଇ ନାହିଁ। ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରି ଉଭିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନିରୀହ ମହିଳା ମାନେ ଏଭଳି ଠକାମିର ଶିକାର ହେବେ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!