ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର,୧୫ା୯: ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ୧୭ ତାରିଖରେ ପ୍ରଥମ କିସ୍ତି ସଂପୁର୍ଣ୍ଣ ଟଙ୍କା ଆସିବ।ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଗଲା ଟଙ୍କା । ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା ନ ପହଞ୍ଚିବା ଯାଏଁ ରେଜିଷ୍ଟ୍ରେସନ୍ ଚାଲିବ । ଏଣୁ ୧୭ ତାରିଖକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ । ଏବେ ଯାଏଁ ୬୦ ଲକ୍ଷ ମହିଳା ପଞ୍ଜିକରଣ କରିସାରିଲେଣି । ୧ କୋଟିରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!