ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନା

ଭୁବନେଶ୍ବର,୧୬।୯:ରାଜଧାନୀ ରାସ୍ତାରେ କାରରେ ଷ୍ଟଣ୍ଟ ଦେଖାଇବା ସହ ଆତଙ୍କ ଖେଳାଇ ୬ ଗିରଫ । ରାସ୍ତା ଉପରେ ଖାଲି ରଫ ଡ୍ରାଇଭ ନୁହେଁ, ସାପ ପରି ଏଣେତେଣେ ଗାଡି ଯୁଆଡେ ପାରିଲେ ସିଆଡେ ପୁରେଇଲେ । ସ୍ଥିତି ଏମିତି ହେଲା କି କିଛି ସମୟ ପାଇଁ ସେହି ରାସ୍ତାରେ ଯାଉଥିବା ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଗଲା । କେହି ଆତଙ୍କବାଦୀ ସଂଗଠନ ଭୁବନେଶ୍ୱର ସହରକୁ ପଶି ଆସିବା ସହ ରାସ୍ତା ଉପରେ ନରସଂହାର କରିବା ପରି ମନେହେଲା । ଆଗରେ ନିଳ ରଙ୍ଗର ପତାକା ଉଡ଼ାଇ ସମସ୍ତଙ୍କୁ ଭୟଭୀତ କରିଦେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସିବା ଆଗରୁ ଯେମିତି ନିଜର ଉପସ୍ଥିତିକୁ ଜାହିର କରୁଥିଲେ ।ରାଜଧାନୀରେ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି।ଅଭିଯୁକ୍ତମାନେ ମୋଟ ୪ଟି କାର୍‌ରେ ରାସ୍ତାରେ ଯାଉଥିବା ବେଳେ ବେପରୁଆ ଡ୍ରାଇଭିଂ କରି ଆତଙ୍କ ଖେଳାଇଥିଲେ। ଦୁଇଟି କାରରେ ଦୁଇ ଜଣ ସନ୍‌ ରୁଫ୍ ଦେଇ ବାହାରକୁ ବାହରିଥିଲେ ଓ ଜୋରରେ ଚିତ୍କାର କରୁଥିଲେ। ସେଥିରୁ ଗୋଟିଏ କାରର ଝରକା ଦେଇ ଜଣେ ବାହାରକୁ ବସିଥିଲେ ଓ ପାଟି କରୁଥିଲେ।ଆଉ ଗୋଟିଏ କାର ଅତି ବିପଜ୍ଜନକ ଭାବେ ରାସ୍ତାରେ ଯାଉଥିଲା। ତାହା କିଛି କ୍ଷଣ ପାଇଁ ଫୁଟ୍‌ ପାଥ୍ ଉପରକୁ ଚାଲିଯାଇଥିଲା। ଏହା ଅନ୍ୟମାନଙ୍କ ପାଇଁ ବିପଦର କାରଣ ହୋଇଥା’ନ୍ତା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!