କୋଲକାତା, ୧୭।୯ : ଆର୍.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା ହୋଇଛି। ଡାକ୍ତରମାନଙ୍କ ଅନ୍ୟତମ ମୁଖ୍ୟ ଦାବି ରାଜ୍ୟର ସମସ୍ତ ସରକାରୀ ହସ୍ପଟାଲର ଭିତ୍ତିଭୂମି ବିକାଶକୁ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି।କୋଲକତା ଆର୍ଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ମାମଲା। ଶେଷରେ ଆନ୍ଦୋଳନକାରୀ ଡାକ୍ତରଙ୍କ ଦାବୀ ମାନିଲେ ମମତା । ଦୀର୍ଘ ସମୟ ଧରି ଆନ୍ଦୋଳନ ଚଳାଇଥିବା କନିଷ୍ଠ ଡାକ୍ତରଙ୍କ ଦାବି ସମାଧାନର ବାଟ ବାହାରିଛି । ମଧ୍ୟରାତ୍ରୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ପୋଲିସ କମିସନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି । କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ବି ବଦଳି କରାଯାଇଥିଲା । ସେପଟେ ପୋଲିସ୍ କମିସନରଙ୍କ ବଦଳି ଦାବିରେ ଡାକ୍ତରମାନେ ଅଟଳ ରହିଥିଲେ । ଡାକ୍ତର ମାନେ କରିଥିବା 5ଟି ଦାବି ମଧ୍ୟରୁ ତିନୋଟି ଦାବି ମମତା ତତ୍କାଳ ପୂରଣ କରିଛନ୍ତି । ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହା ସହ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଏହା ପରେ ଆନ୍ଦୋଳନରେ ପୂର୍ଣ୍ଣଛେଦ୍ ପଡିବା ବୋଲି ଆଶା କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |