ଭୁବନେଶ୍ୱର,୧୭।୯ : ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳକା ଓ ବୈତରଣୀ ନଦୀ। ଏହି ଦୁଇଟି ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା।ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ। ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଗତକାଲି ବିଳମ୍ବିତ ରାତିରେ ସତର୍କ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୬.oo ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୨୨ ମିଟରରେ ପ୍ରବାହିତ ହେଉଛି।ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ।ଏବେ ଆହୁରୀ ଜଳ ସ୍ଥଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ବର୍ତ୍ତମାନ ଛାଡିଥିବାରୁ କିଛିଟା ଆଶ୍ବସ୍ଥି ଖବର ଆସିଛି। ଗତକାଲି ଭଳି ଯଦି ବର୍ଷା ହୁଏ ତାହେଲେ ବୈତରଣୀରେ ବନ୍ୟା ଆଶଙ୍କା ଦେଖାଦେଇଛି।ଏପଟେ ଫୁଲୁଛି ନଦୀ, ପଶୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍। ଫଳରେ ବାଲିଆପାଳ-ଜାମକୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେପଟେ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଜଳେଶ୍ବର ବ୍ଲକ ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏହାର ପାଖାପାଖି ପାଣି ପ୍ରବାହିତ ହୋଇଛି। ଏଭଳି ଯଦି ପାଣି ବୃଦ୍ଧି ପାଏ ତାହେଲେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିପାରେ। ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଅନେକ ପଞ୍ଚାୟତ ଜଳମଗ୍ନ ହେବା ସହ ଚାଷ ଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଲଗାଣ ବର୍ଷା ଯୋଗୁ ବାଲିଆପାଳ ବ୍ଲକର ଏକାଧିକ ଅଞ୍ଚଳରେ ପାଣି ପଶିଛି। ସେହିପରି ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ଉପରେ ଜଳକା ପ୍ରବାହିତ ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |