ରାଜଧାନୀରେ ୨ଟି ସ୍ଥାନରେ ଫୁଟିଲା ବୋମା

ଭୁବନେଶ୍ୱର,୧୯।୯: କ୍ୟାପିଟାଲ ଥାନା ଅଞ୍ଚଳରେ ବୋମାମାଡ଼ । କେଦାରପଲ୍ଲୀ ଅଞ୍ଚଳର ୨ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଛି । ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଥିବା ଜଣାପଡ଼ିଛି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା ଜାରି ରଖିଛି ଏବଂ ସ୍ୱତନ୍ତ୍ର ଟିମ୍ ସହ ଅଧିକ ତଦନ୍ତ ଚଳାଇଛି । ତେବେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ କେଦାରପଲ୍ଲୀ ଓ ବ୍ରହ୍ମପୁରସାହି ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି ।ଗଣେଶ ପୂଜାକୁ କେନ୍ଦ୍ର କରି ପୂର୍ବରୁ ଲାଗି ରହିଥିବା ଦୁଇ ଗୋଷ୍ଠୀ ବିବାଦରୁ ଏହି ବୋମାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଏହି ଘଟଣା ପରେ କେଦାରପଲ୍ଲୀ ଓ ବ୍ରହ୍ମପୁରସାହୀରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନଙ୍କୁ ତୁରନ୍ତି ଗିରିଫ ଦାବି ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଘେରିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!