ଭୁବନେଶ୍ବର,୧୯।୯:ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ସୁରକ୍ଷା ନେଇ ଜାରି ହେଲା ଗାଇଡଲାଇନ୍। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ଯେ, ଏଣିକି ସବୁ ମେଡିକାଲ ଶିକ୍ଷାନୁଷ୍ଠାନ ଚାରିପାଖରେ ପାଚେରି ରହିବ। ସବୁ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ରହିବ। ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ। ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ।ଇନଡୋର ରୋଗୀଙ୍କ ପାଇଁ ଭିଜିଟର ପାସ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ସେହିପରି OPDରେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ମୁତୟନ ରହିବେ। ଯେତେ ସମ୍ଭବ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ଦାୟିତ୍ୱରେ ରହିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |