ଆଜିଠାରୁ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ୍‌

ଚେନ୍ନାଇ, ୧୯।୯ :ଭାରତ ଓ ବାଂଲାଦେଶ ମଧ୍ୟରେ ୨ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଗୁରୁବାର ଏଠାରେ ଆରମ୍ଭ ହେବ। ବାଂଲାଦେଶ ଏହା ପୂର୍ବରୁ ଶକ୍ତିଶାଳୀ ପାକିସ୍ତାନ ବିପକ୍ଷରେ ୨-୦ରେ ସିରିଜ ବିଜୟୀ ହୋଇ ମନୋବଳ ଦୃଢ଼ କରିଛି। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବାଂଲାଦେଶ ପାକିସ୍ତାନ ବିପକ୍ଷ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଦୃଷ୍ଟିରୁ ଭାରତ ପାଇଁ ବାଂଲାଦେଶ ବିପକ୍ଷ ସିରିଜ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜରେ ମଧ୍ୟ ସ୍ପିନରମାନେ ମୁଖ୍ୟ ଭୂମିକା ନେବେ ବୋଲି ଆଶା କରାଯାଉଛି।ଆଜିଠୁ ଭାରତ-ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଟସ୍‌‌ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ବାଂଲାଦେଶର ସ୍ପିନର। ନିକଟ ଅତୀତରେ ଭାରତୀୟ ବ୍ୟାଟିଂକ୍ରମ ସ୍ପିନରଙ୍କୁ ଖେଳିବାରେ ଅସୁବିଧାରେ ପଡ଼ିଥିଲେ। ତେବେ ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୃଢ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!